ସରିଲା ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା - Agni Bhairab's Jhamu yatra was celebrated

🎬 Watch Now: Feature Video

thumbnail

By

Published : Sep 28, 2021, 10:25 AM IST

ଭବାନୀପାଟଣା: ପାଳିତ ହେଲା ଅଗ୍ନି ଭୈରବଙ୍କ ଝାମୁଯାତ୍ରା। ପରମ୍ପରା ଅନୁଯାୟୀ ରୀତିନୀତି ଅନୁସାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରଠାରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି। ଆଶ୍ବିନ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ବାଲିକଢାଠାରୁ ୯ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହେବା ପରେ ପଞ୍ଚମୀ ତିଥିରେ ବିଧିବିଧାନ ପୂର୍ବକ ଭୋରରୁ କାଠଗୁଡିକୁ ପୂଜାର୍ଚ୍ଚନା କରିବା ସହ ଅଗ୍ନି ସଂଯୋଗ କରାଯାଇଥିଲା। ଅପରାହ୍ନରେ ଭୈରବ ଦେବଙ୍କ କାଳିସୀ ଲାଗି ହେଲାପରେ ସହର ପରିକ୍ରମା ସାରି ମାଁ ମାଣିକେଶ୍ବରୀଙ୍କ କାଳିସୀ ଲାଗି ହୋଇଥିଲା। ଦୁହେଁ କଣ୍ଟା ଗାଦିଆରେ ବସି ଝୁଲିଥିଲେ। ପରେ ନିଆଁରେ ଚାଲିଥିଲେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲେ ମଧ୍ୟ ସହ ସହ ଶ୍ରଦ୍ଧାଳୁ ଅଗ୍ନି ଭୈରବଙ୍କ ଝାମୁଯାତ୍ରାରେ ସାମିଲ ହୋଇଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.