ଅଟକିନି ପାଦ: ଚାଲି ଚାଲି ଲଦାଖ ଅଭିମୁଖେ ପଶ୍ଚିମବଙ୍ଗ ଯୁବକ - ପାଦରେ ଚାଲିଚାଲି ଯାତ୍ରା କରୁଛନ୍ତି ମିଲନ
🎬 Watch Now: Feature Video
ଶିମଲା: ପାଦରେ ଚାଲି ଚାଲି ପଶ୍ଚିମବଙ୍ଗର 26 ବର୍ଷୀୟ ଯୁବକ ମିଲନ କୁମାର ମାଝୀ କୋଲକାତାରୁ ଲଦାଖ ଅଭିମୁଖେ ଯାତ୍ରା କରୁଛନ୍ତି । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ବାଇକ୍ କିଣି ପାରିନଥିଲେ । ଯେଉଁଥିପାଇଁ ସେ ପିଲାଦିନର ସ୍ବପ୍ନକୁ ପୂରଣ କରିବା ପାଇଁ ପାଦରେ ଏହି ଯାତ୍ରା ସମାପ୍ତ କରିବାକୁ ସ୍ଥିର କଲେ । ମିଲନ କୁମାର ମାଝୀ 100 ଦିନରେ ନିଜ ସ୍ବପ୍ନ ପୂରଣ କରିବା ପାଇଁ କୋଲକାତାରୁ ଲଦାଖ ଅଭିମୁଖେ ଯାତ୍ରା କରୁଛନ୍ତି । ଏବେ ମିଲନ୍ ମାଝୀ ହିମାଚଳ ହିମାଚଳର ମାଣ୍ଡି ଜିଲ୍ଲାରେ ମାଣ୍ଡିରେ ପହଞ୍ଚିଛନ୍ତି । କୋଲକାତା ଠାରୁ ଲଦାଖ ପର୍ଯ୍ୟନ୍ତ ଦୂରତା ପ୍ରାୟ 2500 କିଲୋମିଟର ।