ସରିଲାଣି ସମୟ ହେଉନି ପୌର ନିର୍ବାଚନ, ସରକାରଙ୍କ ଉପରେ ବର୍ଷିଲେ ବିରୋଧି
ଭୁବନେଶ୍ବର: ରାଜ୍ୟରେ ଥିବା ୧୧୮ଟି ପୌର ପରିଷଦ ଓ ୫ଟି ମହାନଗର ନିଗମ ମଧ୍ୟରୁ ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟକାଳ ଶେଷ ହୋଇଗଲାଣି । ଏହାସହ ଗତ ୨୦୧୮ ସେପ୍ଟେମ୍ବର ୩୦ ରେ ୬୫ଟି ଓ ୨୦୧୯ ଜାନୁଆରୀ ସୁଦ୍ଧା ୯୦ଟି ପୋରପରଷଦର କାର୍ଯ୍ୟ କାଳ ଶେଷ ହୋଇସାରିଛି । ହେଲେ କେବେ ହେବ ଏହି ପୌର ନିର୍ବାଚନ ତାହାର ଉତ୍ତର କାହା ପାଖରେ ନାହିଁ ।