ହାଇକମାଣ୍ଡ ଯାହାକୁ ପିସିସି ସଭାପତି କରିବେ, ଦଳ ତାକୁ ସ୍ବାଗତ କରିବ: ସୁର ରାଉତରାୟ
🎬 Watch Now: Feature Video
ଭୁବନେଶ୍ବର: ପିସିସି ସଭାପତି ପଦକୁ ନେଇ ରାଜ୍ୟ କଂଗ୍ରେସରେ ନିୟମିତ ନୂଆ ଡ୍ରାମା ଦେଖିବାକୁ ମିଳୁଛି । ଇତିମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ସଭାପତି ପଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆମେ ସଭାପତି ଦୌଡରେ ନାହିୁଁ । ହେଲେ ଦଳର ହାଇକମାଣ୍ଡ ଯାହାକୁ ବି ସଭାପତି କରିବେ ଦଳ ତାକୁ ଖୁସିରେ ସ୍ବାଗତ କରିବ । କଂଗ୍ରେସ ଅଫିସରେ ଥିବା ସିକ୍ୟୁରିଟି ଗାର୍ଡ ଅଶୋକକୁ ବି ଯଦି ସଭାପତି ଦାୟିତ୍ବ ଦିଆଯିବ ତେବେ ତାକୁ ବି ଦଳ ଖୁସିରେ ସ୍ବାଗତ କରିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ