ଚଳନ୍ତା ଟ୍ରେନରୁ ଖସି ପଡିଲେ ବୃଦ୍ଧ, ଦେବଦୂତ ସାଜି ଉଦ୍ଧାର କଲେ RPF କନେଷ୍ଟବଳ - RPF କନେଷ୍ଟବଳ
🎬 Watch Now: Feature Video
ଜୟପୁର: ‘ରଖିଲେ ଶିବ...ମାରିବ କିଏ’..ବର୍ତ୍ତମାନ ଏହି କଥାଟି ସତ ବୋଲି ପ୍ରମାଣିତ ହୋଇଛି । ରାଜସ୍ଥାନର ସୱାଇ ମାଧୋପୁର ରେଳଷ୍ଟେସନର ଚିତ୍ର ଏହାକୁ ସ୍ପଷ୍ଟ କରିଛି । ମଧ୍ୟପ୍ରଦେଶର ଜଣେ 76 ବର୍ଷିୟ ବୃଦ୍ଧ ଯାତ୍ରୀ ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରିବା ଆରମ୍ଭ କରିଥିଲେ। ଏହି ସମୟରେ ଯାତ୍ରୀଙ୍କ ଗୋଡ ଖସିପଡି ତଳେ ପଡ଼ିଯାଇଥିଲେ । ଯାତ୍ରୀ ପ୍ଲାଟଫର୍ମ ଏବଂ ଟ୍ରାକ ମଧ୍ୟରେ ଅଟକି ରହିଥିଲେ । ଏହି ସମୟରେ ରେଳ ଷ୍ଟେସନରେ ଡ୍ୟୁଟିରେ ପୋଷ୍ଟଥିବା ଆରପିଏଫ କନଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ବୃଦ୍ଧଙ୍କ ଜୀବନ ରକ୍ଷା ପାଇ ପାରିଛି । ଯାତ୍ରୀ ଜଣକ ନିଜ ଜୀବନ ରକ୍ଷା କରିଥିବାରୁ କନଷ୍ଟେବଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ।