thumbnail

By

Published : Aug 5, 2020, 1:13 PM IST

ETV Bharat / Videos

ୟୁପିଏସସି ୨୦୧୯: ୪୪୧ ତମ ସ୍ଥାନରେ ଉଦଳାର ସମୀର

ବାରିପଦା: ୟୁପିଏସସି2019ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 441 ତମ ସ୍ଥାନରେ ମୟୂରଭଞ୍ଜରୁ ଜଣେ ସ୍ଥାନ ପାଇଁ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏ ନେଇ ବିଜ୍ଞପ୍ତି ଜାରି କରି ତାଲିକା ପ୍ରକାଶ କରିଛି ୟୁପିଏସସି । ମୟୂରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳର ସମୀର କୁମାର ଜେନା ସର୍ବଭାରତୀୟ ସ୍ତରରେ (ୟୁପିଏସସି 2019) ପ୍ରଶାସନିକ ପରୀକ୍ଷାରେ 441 ତମ ସ୍ଥାନ ପାଇଛନ୍ତି । ରେଜଲ୍ଟ ପ୍ରକାଶ ପରେ ସମୀରଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସମଗ୍ର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ସମୀର । ସମୀରଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟିଛି । ସମୀର ୨୦୦୭ ମସିହାରେ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ଓଡ଼ିଶାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ୨୦୦୯ ମସିହାରେ ଯୁକ୍ତ ଦୁଇ ବିଜ୍ଞାନରେ ରାଜ୍ୟରେ ସପ୍ତମ ସ୍ଥାନ ପାଇଥିଲେ ଏବଂ ୨୦୧୪ ରେ ଆଇଆଇଟି ଖଡ଼ଗପୁରରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.