କୋରୋନା ପ୍ରଭାବ: ଶ୍ରାବଣ ପ୍ରଥମ ସୋମବାରରେ ଖାଁ ଖାଁ ଆଖଣ୍ଡଳମଣି ପୀଠ
🎬 Watch Now: Feature Video
ଭଦ୍ରକ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଦିନ ପ୍ରଭୁ ଶିବଶଙ୍କ ଦର୍ଶନ କଲେ କୋଟି ପୂର୍ଣ୍ଣ ମିଳିଥାଏ । ଶ୍ରାବଣ ମାସର ସମସ୍ତ ପ୍ରତ୍ୟେକ ସୋମବାର ଦିନ କାଉଡିଆ ଭାଇମାନେ କାନ୍ଧରେ ପାଣି ଭାର ଧରି ମାଇଲ ମାଇଲ ଦୂର ଚାଲି ଭୋଳା ବାବାଙ୍କ ଠାରେ ଜଳାଭିଶେକ କରିଥାନ୍ତି । ହେଲେ ଚଳିତ ବର୍ଷ ଫିକା ପଡିଛି ଶ୍ରାବଣ ମାସ । କୋରୋନା ମହାମାରୀ ପାଇଁ ଅନେକ କଟକଣା ଲାଗୁ ହୋଇଛି । ଚଳିତ ଶ୍ରାବଣ ଯାତ୍ରାର ପ୍ରଥମ ସୋମବାର ଦିନ ଭଦ୍ରକର ପ୍ରସିଦ୍ଧ ଆଖଣ୍ଡଳମଣିଙ୍କ ପୀଠରେ ଶୁଭୁନାହିଁ ବୋଲବମ ହରହର ବମ ଧ୍ବନୀ। ପ୍ରଶାସନ ପକ୍ଷରୁ ଆରଡି ପୀଠ ଓ ମନ୍ଦିର ପରିସରରେ 144 ଧାରା ଜାରି କରାଯାଇଛି।