ଚିନ୍ତା ବଢିଛି ସତ ହେଲେ ଗୋଷ୍ଠୀ ସଂକ୍ରମଣ ନାହିଁ: ସିଏମସି କମିଶନର

By

Published : Jul 3, 2020, 5:55 PM IST

thumbnail
କଟକ: ଚିନ୍ତାରେ ସିଲଭରସିଟି । ଗୁରୁବାର ଆଚାର୍ଯ୍ୟ ହରିହର କର୍କଟ ମେଡିକାଲରୁ 55 କୋରୋନା ପିଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ କଟକବାସୀଙ୍କର ଚିନ୍ତା ବଢିଛି । କିନ୍ତୁ ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ କଥା ହେଉଛି ଯେଉଁମାନେ ବି ପଜେଟିଭ ବାହାରିଛନ୍ତି ସେମାନେ ମେଡିକାଲ ପରିସର ମଧ୍ୟରେ ରହିଥିବା ଜଣାପଡିଛି । ଫଳରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ ବୋଲି କହିଛନ୍ତି ସିଏମସି କମିଶନର । ତେବେ 55 କୋରୋନା ପଜିଟିଭଙ୍କ ମଧ୍ୟରୁ କୋଭିଡ ଯୋଦ୍ଧା ମଧ୍ୟ ପଜିଟିଭ ଆସିଛନ୍ତି । ହେଲେ ସେମାନେ ମଧ୍ୟ ମେଡିକାଲରେ ରହୁଥିଲେ ତେବେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ । ଏହାସହ ଏସିବି ଆଇସୋଲେସନ ୱାର୍ଡରୁ 11 ପଜେଟିଭ ଚିହ୍ନଟ ହୋଇଛନ୍ତି । ଯାହା ଏତେବି ଚିନ୍ତାର ବିଷୟ ନୁହେଁ । କାରଣ ସେଥିମଧ୍ୟରୁ 3 ଜଣ ସିଏମସି ଅଧୀନରେ ରହିଛନ୍ତି । 2 ଜଣ କୋଭିଡ ଯୋଦ୍ଧା ରହିଥିଲା ବେଳେ ଆଉ ଜଣେ ଲୋକାଲ କେସ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.