Budget 2022-23: ଚଳିତ ବଜେଟ ପ୍ରତିଘରେ ପହଞ୍ଚିବ କହିଲା ବିଜେପି - ଚଳିତ ବଜେଟକୁ ନେଇ ବିଜେପିର ପ୍ରତିକ୍ରିୟା
🎬 Watch Now: Feature Video
କଟକ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଆର୍ଥିକ ବର୍ଷ ୨୦୨୨-୨୩ର ବଜେଟ ଉପସ୍ଥାପନ କରିଛନ୍ତି । କଟକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଚଳିତବର୍ଷ ବଜେଟ ତୃଣମୂଳ ସ୍ତରରେ ପହଁଚିବା ପାଇଁ ଅଣ୍ଟା ଭଡିଛି ବିଜେପି । ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ବୈଠକରେ କଟକ ନଗର ବିଜେପିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ ପରେ କଟକରେ ସମସ୍ତ ବିଜେପି କର୍ମୀ ସମସ୍ତ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଶପଥ ନେଇଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ