ମକାର ଅଭାବି ବିକ୍ରି, ଚିନ୍ତାରେ ଚାଷୀ - ମକାର ଅଭାବି ବିକ୍ରି, ଚିନ୍ତାରେ ଚାଷୀ
🎬 Watch Now: Feature Video
ନବରଙ୍ଗପୁର: ମକାର ଅଭାବି ବିକ୍ରି । ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ । ଖରାଟିଆ ମକା ଅମଳ ସରିଯାଇଛି । ଖଳାରେ ଶହ ଶହ କୁଇଣ୍ଟାଲ ମକା ଗଦା ହୋଇଛି । ଏସବୁ ମକା କ୍ଷେତରୁ ଆଣିବା ପରେ ବିକ୍ରି କରିବା ଲାଗି ଅନେଇ ବସିଛି ଚାଷୀ । ହେଲେ,ମଣ୍ତି ଖୋଲିନାହିଁ । କରଜ କରି ମକା ଚାଷ କରିଥିବା ଚାଷୀ ମଣ୍ତି ଖୋଲି ନଥିବାରୁ ଶାଗମାଛ ଦରରେ ଦଲାଲକୁ ଫସଲ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ସରକାର ଜିଲ୍ଲାରେ ମକା ମଣ୍ଡି ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ମକା କିଣିବା ଲାଗି କୌଣସି ବ୍ୟବସାୟିକ ଅନୁଷ୍ଠାନର ଦେଖାନାହିଁ । ଲକଡାଉନ ଯୋଗୁ ମକା ଚାଷ କାର୍ଯ୍ୟରେ ସମସ୍ୟା ଦେଖାଦେଇଥିବା ବେଳେ ଏବର୍ଷ ବିକ୍ରି ପାଇଁ ବହୁ ଅସୁବିଧା ଲାଗି ରହିଥିବା ଚାଷୀ ଅଭିଯୋଗ କରିଛି ।