ଜନତା କର୍ଫ୍ୟୁକୁ ସମର୍ଥନ: ବଜାଇଲେ ଘଣ୍ଟ, ଫୁଙ୍କିଲେ ଶଙ୍ଖ
🎬 Watch Now: Feature Video
ଭୁବନେଶ୍ବର: କୋରୋନା ପାଇଁ ଦେଶରେ ଜାରି ହୋଇଛି ଜନତା କର୍ଫ୍ୟୁ । ଆଉ ଏହାକୁ ସମର୍ଥନ ଜଣାଇଛନ୍ତି ଦେଶବାସୀ । ଡାକ୍ତରଖାନା, ପୋଲିସ କର୍ମୀ ନିଜ ନିଜ କର୍ମରେ ନିୟୋଜିତ ଅଛନ୍ତି । ସେମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଘଣ୍ଟଘଣ୍ଟା ବଜାଇ ସମର୍ଥନ ଦେବାକୁ ଆହ୍ବାନ ଦେଇଥିଲେ । ଯାହାକୁ ପାଳନ କରିଛନ୍ତି ଦେଶବାସୀ । ଏହାର ଦୃଶ୍ୟ ଭୁବନେଶ୍ବର ଓ ପୁରୀରେ ମଧ୍ୟ ଦେଖିବାକୁ ମିଳିଛି । କୋରୋନା ପାଇଁ ରାଜଧାନୀବାସୀ ଓ ପୁରୀବାସୀ ବଜାଇଲେ ଘଣ୍ଟଘଣ୍ଟା । କରତାଳି ଓ ଶଙ୍ଖ ଶବ୍ଦରେ ପ୍ରକମ୍ପିତ ହେଲା ସ୍ମାର୍ଟସିଟି ଭୁବନେଶ୍ବର । ବିଭିନ୍ନ ସ୍ଥାନରେ ଲୋକେ ସକାଳ 7 ଟାରୁ ଘରେ ରହି ସନ୍ଧ୍ୟା 5 ଟାରେ କରତାଳି ଦେଇ 5 ମିନିଟରୁ ଊର୍ଦ୍ଧ୍ବ କରତାଳି ଓ ଘଣ୍ଟଘଣ୍ଟା ବାଜାଇ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ତାପସ ପରିଡା, ଇଟଭି ଭାରତ
Last Updated : Mar 22, 2020, 10:59 PM IST