ଡିଜିନ ପତ୍ରିକାରେ ସ୍ଥାନ ପାଇଲା କୃଷି ଭବନ; ସମ୍ବଲପୁରୀ ହସ୍ତତନ୍ତ କଳାର ଗାଥା ବହନ କରୁଛି କୋଠା - State krushi bhawan

🎬 Watch Now: Feature Video

thumbnail

By

Published : Aug 25, 2020, 7:56 PM IST

ଭୁବନେଶ୍ବର: ଅନ୍ତର୍ଜୀତିୟ ସ୍ତରରେ ଓଡିଶାକୁ ଆଉ ଏକ ସଫଳତା । ସମ୍ବଲପୁରୀ ହସ୍ତତନ୍ତକୁ ଆଉ ଏକ ସମ୍ମାନ । ଯାହା ଏବେ ସମ୍ବଲପୁରୀ ହସ୍ତତନ୍ତ କଳାକୁ ନୂଆ ଆଶା ଦିଶା ଦେବା ନିଶ୍ଚିତ । ବିଶ୍ବସ୍ତରରେ ପରିଚିତ ‘ଡିଜିନ’ ପତ୍ରିକାରେ ସ୍ଥାନ ପାଇଲା ଓଡିଶାର କୃଷି ଭବନ । ଏଭଳି କୃତିତ୍ୱ ହାସଲ କରିବାରେ କୃଷି ଭବନ ହେଉଛି ଦେଶର ପ୍ରଥମ ସରକାରୀ ବିଲ୍ଡିଂ । ଯାହା ଏବେ ରାଜ୍ୟ ପାଇଁ ଗର୍ବର ବିଷୟ । ଦେଶରେ ଥିବା ସମସ୍ତ ସରକାରୀ କୋଠା ମଧ୍ୟରୁ ରାଜ୍ୟ କୃଷି ଭବନ ଅନ୍ଯତମ । କାରଣ ଏଠାର କୌଣସି ହସ୍ତକଳାକୁ ନିଖୂଣ ଭାବେ ସ୍ଥାପିତ କରାଯାଇଛି । ପ୍ରସିଦ୍ଧ ସମ୍ବଲପୁରୀ ଶାଢୀ ବାନ୍ଧର ପ୍ରତ୍ୟେକ କଳାକୁ ଏହି କୋଠାରେ ଦର୍ଶାଯାଇଛି । ଯାହା ସମ୍ବଲପୁରୀ ହସ୍ତତନ୍ତ କଳାର ଗୌରବ ବହନ କରୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.