thumbnail

By

Published : Jan 12, 2021, 8:52 PM IST

ETV Bharat / Videos

ମାହାମାରୀ ମାଡରେ ଉଜୁଡି ଯାଇଛି ଶିକ୍ଷାବ୍ୟବସ୍ଥା, ଶିକ୍ଷାର ମାନ ହ୍ରାସ କଲା ପ୍ରାକ୍ଟିକାଲ ଟିଚିଙ୍ଗ୍ !

ବ୍ରହ୍ମପୁର: କୋଭିଡ-19 ଯୋଗୁଁ ରାଜ୍ୟ ତଥା ଦେଶର ଶିକ୍ଷାକ୍ଷେତ୍ର ଖୁବ ପ୍ରଭାବିତ ହୋଇଛି । ପ୍ରଫେସନାଲ ଠାରୁ ଆରମ୍ଭ କରି ବୈଷୟିକ ଶିକ୍ଷା ଉପରେ ନକରାତ୍ମକ ପ୍ରଭାବ ପଡିଛି । ଶିକ୍ଷାର ଗୁଣାତ୍ମକ ମାନରେ ହ୍ରାସ ଘଟିଛି । ପ୍ରଥମତଃ ଏହି ଶିକ୍ଷାରେ ଅଧ୍ୟୟନ ପାଇଁ ରହିଥିବା ପ୍ରବେଶିକା ପରୀକ୍ଷା ବହୁ ବିଳମ୍ବରେ ହେବା ଯୋଗୁଁ ବି-ଟେକ ଓ ପଲିଟେକନିକ ଭଳି ପାଠ୍ୟକ୍ରମର ଛାତ୍ରଛାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଅଭିଭାବକ ଓ ଶିକ୍ଷକ ମହଲ କ୍ଷୋଭ ପ୍ରକାଶ କରିଛନ୍ତି । ମହାମାରୀର ପ୍ରହାରର ଶିକ୍ଷାକ୍ଷେତ୍ର ସମ୍ପୂର୍ଣ୍ଣ ଦୋହଲି ଯାଇଛି । ବିଗତ ଦିନରେ ସଂକ୍ରମଣ ରୋକିବା ପାଇଁ ଶିକ୍ଷାନୁଷ୍ଠାନଗୁଡିକରେ ତାଲା ଝୁଲାଇ ଦିଆଯାଇଥିଲା । ଫଳରେ ଅନଲାଇନ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଗ୍ରହଣର ଏକ ମାତ୍ର ବିକଳ୍ପ ସାଜିଥିଲା । ହେଲେ ଇଣ୍ଟରନେଟ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳର ଶିକ୍ଷାର୍ଥୀଙ୍କ ପାଇଁ ଅନଲାଇନ ଶିକ୍ଷାଦାନ ଫଳପ୍ରଦ ସାବ୍ୟସ୍ତ ହୋଇପାରିନଥିଲା । ସେହିପରି ସବୁ ବର୍ଗର ଛାତ୍ରଛାତ୍ରୀମାନଙ୍କ ନିକଟର ସ୍ମାର୍ଟଫୋନ ସୁବିଧା ନଥିବା ଯୋଗୁଁ ସେମାନେ ମଧ୍ୟ ଏହି ବ୍ୟବସ୍ଥାରେ ସାମିିଲ ହୋଇପାରିି ନଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.