'ଆତ୍ମବିଶ୍ବାସର ସହିତ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ' - ଅନନ୍ତ କୁମାର ନାୟକ
🎬 Watch Now: Feature Video
ଖୋର୍ଦ୍ଧା: ଜନ୍ମରୁ ଦୃଷ୍ଟି ବାଧିତ ଅନନ୍ତ କୁମାର ନାୟକ । କିନ୍ତୁ ତାଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ପାଇଛନ୍ତି ସଫଳତା । ଓଡିଶା ପ୍ରଶାସନିକ ସେବାରେ ସେ ନିଯୁକ୍ତି ପାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ସେ ଜିଲ୍ଲାର ବୋଲଗଡ ବ୍ଲକ ଆରିକମା ଗ୍ରାମରେ ବାସ କରିଥାନ୍ତି । 2018 ବ୍ୟାଚର ଏହି ଯୁବ ଅଧିକାରୀ ଏବେ ବଲାଙ୍ଗୀର ସଦର ମହକୁମା ସମବାୟ ବିଭାଗରେ ସହାୟକ ନିବନ୍ଧକ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ତାଙ୍କ ସଂଘର୍ଷମୟ ଜୀବନର କାହାଣୀ ସମ୍ପର୍କରେ ସେ ଇଟିଭି ଭାରତ ସହିତ ସେୟାର କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ