SPECIAL INTERVIEW: କୋଭିଡ ସ୍ଥିତି ନେଇ ସ୍ୱତନ୍ତ୍ର ଆଲୋଚନା

By

Published : Jan 15, 2022, 4:57 PM IST

thumbnail

ଭବାନୀପାଟଣା: କଳାହାଣ୍ଡିକୁ ଫେରିଛି କୋରୋନା । ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ସପ୍ତାହକ ମଧ୍ୟରେ ଜିଲ୍ଲାରେ ୮ ଶହ ପାର କରିଛି ସଂକ୍ରମଣ । ସେପଟେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଆକ୍ରାନ୍ତ ରୋଗୀଙ୍କୁ କୋଭିଡ କେୟାର ସେଣ୍ଟର ଓ ଗୋଟିଏ କୋଭିଡ ହସ୍ପିଟାଲ ମାଧ୍ୟରେ ଚିକିତ୍ସା ସେବା ଯୋଗାଇ ଦିଆ ଯାଉ ଥିବାବେଳେ ଓମିକ୍ରନ ଭାରିଏଣ୍ଟ ପାଇଁ ଟେଷ୍ଟିଂ ଓ ଟ୍ରାକିଂକୁ ମଧ୍ୟ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯଦିଓ କଟକଣା ଜାରି କରାଯାଇଛି ତଥାପି ସଂକ୍ରମଣ ବୃଦ୍ଧିର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.