ଶିବ ବିବାହରେ ସାମିଲ ହେବେନି ସୁର, କେଦାରଗୌରୀରେ ପକାଇଲେ ବୁଡ
🎬 Watch Now: Feature Video
ଭୁବନେଶ୍ବର: ଏବର୍ଷ କୋରୋନା କଟକଣା ଭିତରେ ପାଳିତ ହେବ ଲିଙ୍ଗରାଜଙ୍କ ପବିତ୍ର ଶୀତଳ ଷଷ୍ଠୀ । କିଛି ସେବାୟତଙ୍କୁ ନେଇ ସମ୍ପର୍ନ୍ନ ହେବ ଦେବଦମ୍ପତିଙ୍କ ବିବାହ । ତେବେ ପ୍ରଶାସନର ଏହି କଟକଣାକୁ ସମ୍ମାନ ଜଣାଇଛନ୍ତି ଜଟଣୀ ବିଧାୟକ ସୁର ରାଉତ ରାୟ । କିନ୍ତୁ ପ୍ରତିବର୍ଷ ଭଳି ଏଥର ସେ ଶିବ ବିବାହରେ ସାମିଲ ନ ହୋଇଥିବାରୁ ଦୁଃଖ ପ୍ରକାଶ କରି କେଦାରଗୌରୀରେ ସମୂହ ସ୍ନାନ କରିଛନ୍ତି ।