ମେକପ ବଦଳରେ ମାସ୍କ ବ୍ୟବହାର କରି ଯୁବତୀ ପାଳିଲେ ରଜ, ବାଣ୍ଚିଲେ ସଚେତନତାର ବାର୍ତ୍ତା

By

Published : Jun 16, 2021, 10:06 PM IST

thumbnail
କେନ୍ଦ୍ରାପଡ଼ା: ଶେଷ ହେଉଛି ଗଣପର୍ବ ରଜ । ଆଜି ରଜପର୍ବର ଶେଷ ଦିନରେ ସହରଠୁ ଗାଁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ବେଳେ କେନ୍ଦ୍ରାପଡ଼ା ଲକ୍ଷ୍ମୀ ନାରାୟଣପୁର ଗାଁରେ ଝିଅ ଓ ବୋହୁମାନେ କୋଭିଡ କଟକଣାରେ ନିଆରା ଢଙ୍ଗରେ ପାଳିଛନ୍ତି ରଜ । ହାତକୁ ସାନିଟାଇଜ କରି ଓ ମାସ୍କ ପରିଧାନ କରି ଦୋଳି ଖେଳିବାର ଦୃଶ୍ୟ ଦେଖିବାକୁ ମିଳିଛି ।ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଥିବାବେଳେ ସାହିର ମାତ୍ର ୧୦ ପରିବାର ମଧ୍ୟରେ ପାଳନ କରାଯାଉଛି ରଜପର୍ବ। ମେକଅପ ଠାରୁ ମାସ୍କ ଜରୁରୀ ବୋଲି ଭାବନା ଆଣି ଝିଅମାନେ ମଧ୍ୟ ମାସ୍କ ନିୟମକୁ କଡାକଡି ପାଳନ କରୁଛନ୍ତି। ବିଭିନ୍ନ ପ୍ରକାର ପିଠାପଣାରେ ସାହିଟି ଭରି ଉଠୁଥିବାବେଳେ ସାହିସାହି ମଧ୍ୟରେ ହେଉଥିବା ତାସ,କବାଡି ଆଦି ଖେଳ ବନ୍ଦ ରହିଥିବାରୁ ମନରେ ଦୁଃଖ ରହିଛି। କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.