ପ୍ରଭୁ ପତିତପାବନଙ୍କ ମଙ୍ଗଳଆଳତୀ, ଦେଖନ୍ତୁ ଭିଡିଓ

By

Published : Jan 22, 2021, 8:03 AM IST

thumbnail
ପୁରୀ: ଆଜି ପ୍ରାତଃରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇ ପତିତପାବନଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ସେବାୟତ ଓ ପଣ୍ଡାଙ୍କ ଦ୍ବାରା ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଜଗତର ମଙ୍ଗଳ କାମନା କରି ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ଆଳତୀ କରିଛନ୍ତି । ସକାଳୁ ସକାଳୁ ପ୍ରଭୁ ପତିତପାବନଙ୍କ ଆଳତୀ ଓ ଦର୍ଶନ ଦେଖି ଆତ୍ମବିଭୋର ହେଉଛନ୍ତି ଭକ୍ତ । ଆଉ ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.