ହୋମ ଆଇସୋଲେସନରେ ଥିବା ବ୍ୟକ୍ତି ଏକା ରହିବାକୁ ପରାମର୍ଶ

🎬 Watch Now: Feature Video

thumbnail

By

Published : Jul 20, 2020, 3:07 PM IST

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାମାନ୍ୟ କୋରୋନା ଲକ୍ଷଣ ଜନିତ ବ୍ୟକ୍ତି ବିଶେଷଙ୍କୁ ନିଜ ଗୃହରେ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି । ଯଦ୍ବାରା କୋରୋନା ସଂକ୍ରମଣକୁ ରୋକାଯାଇପାରିବ । କିନ୍ତୁ କେତେକ ବ୍ୟକ୍ତି ବିଶେଷ କୋରୋନା ଜନିତ ନିୟମକୁ ଉଲ୍ଲଙ୍ଘନ କରୁଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି । ସେମାନେ ନିୟମ ଉଲ୍ଲଙ୍ଘନ କରି ବାହାରେ ବୁଲୁଥିବା ଦ୍ବାରା ଅନ୍ୟ ବ୍ୟକ୍ତି ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏଭଳି ବ୍ୟକ୍ତି ବିଶେଷଙ୍କ ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ସେମାନଙ୍କ ପ୍ରତି Epidemic Act-1897 ପ୍ରକାରେ Section 188 of the IPC ଏବଂ ଜରୁରୀ କାଳୀନ ପରିଚାଳନା ନିୟମ- 2005 ପ୍ରକାରେ ସେମାନଙ୍କ ବିପକ୍ଷରେ ଏତଲା ଦାୟର କରାଯିବ ଓ ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ତୁରନ୍ତ ସ୍ଥାନାନ୍ତର କରାଯିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.