ଯାତ୍ରୀବାହୀ ବସ୍‌କୁ ଠେଲିନେଲା ହାତୀ, ଯାତ୍ରୀ ଭୟଭୀତ - ମୟୂରଭଞ୍ଜର ରାସଗୋବିନ୍ଦପୁରରେ ହାତୀ ଉପଦ୍ରବ

🎬 Watch Now: Feature Video

thumbnail

By

Published : Jan 9, 2022, 4:05 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି । ରବିବାର ଏଠାରେ ଏକ ଦନ୍ତାହାତୀ ଯାତ୍ରୀବାହୀ ବସ୍‌କୁ ଠେଲି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତାରିଣୀ ନାମକ ଏକ ଘରୋଇ ବସ୍‌ ବାଲେଶ୍ବର ଓଲମରାରୁ ଯାତ୍ରୀ ନେଇ ରାସଗୋବିନ୍ଦପୁର ଆସୁଥିଲା । ଆଜି ବସ୍‌ରେ ପ୍ରାୟ ୨୦ରୁ ୨୫ଜଣ ଯାତ୍ରୀ ବସିଥିଲେ । ତେବେ ଅଚାନକ ବସ୍‌ଟି ଦନ୍ତା ସାମ୍ନାକୁ ଆସିବାରୁ ହାତୀଟି ବସ୍‌ଟିକୁ ଠେଲି ନେଉଥିବା ଦୃଶ୍ୟ କ୍ୟାମେରାରେ କଏଦ କରିଥିଲେ ସ୍ଥାନୀୟ ବାସିନ୍ଦା । ବହୁ ଦୂର ପର୍ଯ୍ୟନ୍ତ ବସ୍‌କୁ ଠେଲି ନେଇଥିଲା ଦନ୍ତା । ହାତୀଟିର ଏଭଳି ଆକ୍ରମଣ ଦେଖିବାକୁ ସ୍ଥାନୀୟ ଲୋକେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି । ସେପଟେ କିଛି ଲୋକ ହାତୀର ଏଭଳି ଦୃଶ୍ୟର ମଜା ମଧ୍ୟ ଉଠାଇଛନ୍ତି । ହାତୀର ଆକ୍ରମଣରେ କିଛି ବିଶେଷ କ୍ଷତି ହୋଇନାହିଁ । ତେବେ ବସ୍‌ର କିଛିଟା କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.