କାଳିଆ ଟଙ୍କା ଫେରସ୍ତ ସ୍ଥଗିତ ପ୍ରସଙ୍ଗ, ପ୍ରତିକ୍ରିୟା ଦେଲେ ବିରୋଧୀ ଦଳ ନେତା

By

Published : Aug 10, 2020, 2:25 PM IST

thumbnail

ଭୁବନେଶ୍ବର: କାଳିଆ ଟଙ୍କା ଫେରସ୍ତ ପ୍ରକ୍ରିୟା ସ୍ଥଗିତ କରାଯିବା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି । ଚାଷୀଙ୍କ ଆକ୍ରୋଶ ସରକାର ୟୁ-ଟର୍ଣ୍ଣ ନେଇଥିବା ସେ କହିଛନ୍ତି । ଯେଉଁଥିଲାଗି କିଛି ସମୟ ପାଇଁ ଏହାକୁ ସ୍ଥଗିତ କରିବାକୁ ବିଭାଗକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ଦର୍ଶାଇଛନ୍ତି । ଏହାସହ ସ୍ଥଗିତ କାହିଁକି, ସମ୍ପୂର୍ଣ୍ଣ ଛାଡ କାହିଁକି ନୁହେଁ ? ଲୋକମାନେ ଟଙ୍କା ମାଗିନଥିଲେ । ନିର୍ବାଚନ ପୂର୍ବରୁ ସରକାର ସେମାନଙ୍କୁ ଟଙ୍କା ଯାଚିକି ଦେଇଥିଲେ । ସେ ସମୟରେ କୃଷି ମନ୍ତ୍ରୀ ବି କହିଥିଲେ ଆମେ ଯେଉଁମାନଙ୍କୁ ବି କାଳିଆ ଟଙ୍କା ଦେଇଛୁ ନିର୍ଭୁଲ ଭାବେ ଦେଇଛୁ । କୌଣସି ଅଯୋଗ୍ୟ ଲୋକଙ୍କୁ ବି ଦିଆଯାଇନି । ତେବେ ବର୍ତ୍ତମାନ ଏ ଅଯୋଗ୍ୟ ଚାଷୀ ଆସିଲେ କେଉଁଠୁ ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.