ଆସୁଛି ବାତ୍ୟା, ଓଡିଶାରେ ପ୍ରଭାବ କମ୍‌ - ପାଣିପାଗ ଅପଡେଟ୍‌

🎬 Watch Now: Feature Video

thumbnail

By

Published : Nov 23, 2020, 8:30 PM IST

ଭୁବନେଶ୍ବର: ଆସୁଛି ବାତ୍ୟା ‘ନିଭାର’ । ଆସନ୍ତା 24 ଘଣ୍ଟା ମଧ୍ୟରେ ନେବ ସାଇକ୍ଲୋନିକ ଷ୍ଟର୍ମର ରୂପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଏହି ଅବପାତ, ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାପରେ ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି । ତେବେ ଓଡିଶା ଉପରେ ଏହାର ସିଧା ପ୍ରଭାବ ପଡିବ ନାହିଁ ବୋଲି ସୋମବାର ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ବାସ । ଏହା ଆସନ୍ତା 25 ତାରିଖ ମଧ୍ୟାହ୍ନରେ ଭୀଷଣ ବାତ୍ୟା ହେବାର ସମ୍ଭାବନା ରହିଛି । ପ୍ରଭାବରେ 25 ତାରିଖରୁ ଦକ୍ଷିଣ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.