ଖୁବଶୀଘ୍ର ହେବ ପୌର ନିର୍ବାଚନ: ପଞ୍ଚାୟତିରାଜ ମନ୍ତ୍ରୀ

By

Published : Mar 4, 2021, 4:54 PM IST

thumbnail

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ହେବ ପୌର ନିର୍ବାଚନ । ପୌର ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ୫୦ ପ୍ରତିଶତ ସଂରକ୍ଷଣ ବିନା କିଭଳି ନିର୍ବାଚନ ହୋଇପାରିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ପ୍ରକ୍ରିୟା ସରିବା ପରେ ଖୁବଶୀଘ୍ର ପୌର ନିର୍ବାଚନ ହେବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ସମସ୍ତ ୧୧୪ଟି ପୌରସଂସ୍ଥା (୫ଟି ମହାନଗର, ୪୮ଟି ପୌର ପରିଷଦ ଓ ୬୧ଟି ବିଜ୍ଞାପିତ ଅଞ୍ଚଳ ପରିଷଦ)ର କାର୍ଯ୍ୟକାଳ ପ୍ରାୟ ଦୁଇରୁ ଅଢ଼େଇବର୍ଷ ହେଲା ଶେଷ ହୋଇସାରିଲାଣି। ହେଲେ ଅନେକ ରାଜନୈତିକ କାରଣରୁ ଏସବୁରେ ଏବେ ନିର୍ବାଚନ କରିବା ସପକ୍ଷରେ କ୍ଷମତାସୀନ ବିଜେଡି ନଥିବା ସୂଚନା ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.