ସୋନୁ ସୁଦ ଓ ସବ୍ୟସାଚୀଙ୍କୁ ଚିତ୍ରଶିଳ୍ପୀ ସମରେନ୍ଦ୍ରଙ୍କ ନିଆରା ସଲାମ

By

Published : Jan 2, 2021, 8:18 PM IST

thumbnail
ବାରିପଦା: ଗୁଡିରେ ଚିତ୍ର ଆଙ୍କି ସୋନୁ ସୁଦ ଓ ସବ୍ୟସାଚୀଙ୍କୁ ସଲାମ କଲେ ଚିତ୍ରଶିଳ୍ପୀ । ମହାମାରୀ କୋରୋନା ସମୟରେ ଶ୍ରମିକଙ୍କୁ ସହାୟତା କରିଥିବା ଅଭିନେତା ସୋନୁ ସୁଦ ଏବଂ ସବ୍ୟସାଚୀଙ୍କୁ ନିଆରା ଢଙ୍ଗରେ ନୂତନବର୍ଷର ଅଭିନନ୍ଦନ ଜଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟି ବ୍ଲକ ଆଗଡା ଗ୍ରାମର ଶିଳ୍ପୀ ସମରେନ୍ଦ୍ର । ମହାମାରୀ କୋରୋନା ସମୟରେ ପ୍ରବାସୀଙ୍କୁ ଭଗବାନ ଭଳି ସହାୟ ହୋଇଥିଲେ ଦୁଇ ବଲିଉଡ ଅଭିନେତା ସୋନୁ ସୁଦ ଓ ଓଡିଉଡ ଷ୍ଟାର ସବ୍ୟସାଚୀ ମହାପାତ୍ର । ଚିତ୍ରଶିଳ୍ପୀ ସମରେନ୍ଦ୍ର ଉଭୟଙ୍କ କାର୍ଯ୍ୟକୁ ପ୍ରଶଂସା କରି ନିଜହାତରେ ଉଭୟ ଅଭିନେତାଙ୍କ ଅବିକଳ ଚିତ୍ର ଆଙ୍କି ସେଥିରେ ଗୁଡି ପ୍ରସ୍ତୁତକରି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଥାଉକି ମହାମାରୀ କୋରୋନାରେ ସମଗ୍ର ଭାରତବର୍ଷ ଲକଡାଉନ ଘୋଷଣା କରାଯାଇଥିଲା । କୋରୋନ ମାୟାରେ ସମ୍ପୂର୍ଣ୍ଣ ଜୀବନଯାତ୍ରା ଠପ୍ ହୋଇଯାଇଥିଲା । ଜୀବନଜୀବିକା ଆଶାରେ ଘରଠାରୁ ହଜାର ହଜାର କିଲୋମିଟର ଦୂରରେ ଥିବା ପ୍ରବାସୀଙ୍କୁ ଘରକୁ ଫେରିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ସେତେବେଳେ ଏହି ପ୍ରବାସୀଙ୍କୁ ଘରକୁ ଫେରିବାରେ ସାହାଯ୍ୟ କରିଥିଲେ ଦୁଇ ଅଭିନେତା ସୋନୁ ସୁଦ ଓ ସବ୍ୟସାଚୀ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.