ପରଜାଗୁଡାର ଶୋଷ ମେଣ୍ଟାଉଛି ଚୁଆପାଣି - water problem in parajaguda
🎬 Watch Now: Feature Video
ମାଲକାନଗିରି: ବିକାଶ ଡିଣ୍ଡିମ ପିଟୁଛନ୍ତି ସରକାର । ଆଦିବାସୀ ଇଲାକା କିଭଳି ବିକଶିତ ହେବ ମୁଖ୍ୟସ୍ରୋତକୁ ଫେରିବ ଏଥିପାଇଁ ନାନା ମାଷ୍ଟର ପ୍ଲାନ ମଧ୍ୟ ହେଉଛି । ଏପରକି ସେମାନେ ପାନୀୟ ଜଳ, ରାସ୍ତାଘାଟ, ବିଜୁଳି ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଯୋଜନା ପରେ ଯୋଜନା ମଧ୍ୟ ହେଉଛି । ହେଲେ ଉପାନ୍ତ ଅଞ୍ଚଳରେ ଏବେ ବି ପାଣି ମୁନ୍ଦାଏ ପାଇଁ ନାନା ହଇରାଣ ହେଉଛନ୍ତି ଲୋକେ । ଜଳକଷ୍ଟକୁ ନେଇ ମାଲକାନଗିରି ଜିଲ୍ଲା ଚିନ୍ତଲୱାଡା ପଞ୍ଚାୟତରୁ ଆମର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।