ରାସ୍ତାକଡରେ ଲାଇବ୍ରେରୀ, ଖୋଲା ଆକାଶ ତଳେ ବହି ପଢା ମଜା ନେଉଛନ୍ତି ପାଠକ - ବହି ପଢ

🎬 Watch Now: Feature Video

thumbnail

By

Published : Nov 20, 2020, 7:40 PM IST

ମାଲକାନଗିରି: ରାସ୍ତାକଡରେ ଖୋଲିଛି ଲାଇବ୍ରେରୀ । କାଠ ସେଲ୍ଫରେ ସଜା ହୋଇ ରହିଛି ଭଳିକି ଭଳି ପ୍ରକାରର ବହି । ଖୋଲା ଆକାଶ ତଳେ, ଗଛ ମୂଳରେ ଶୀତୁଆ ସକାଳର ତୀର୍ଯ୍ୟକ ସୂର୍ଯ୍ୟକିରଣ ସ୍ପର୍ଶ । ଆଉ ହାତରେ ବହି ଧରି ପଢୁଛନ୍ତି ପିଲାଏ । ଡିଜାଟାଲ ଯୁଗରେ ବହି ପଢାକୁ ପ୍ରୋତ୍ସାହିତ କରିବାକୁ ମାଲାକାନଗିରିର 20ରୁ 30 ଜଣ ଯୁବତୀ ମିଶି ଆର୍ଟସ କଲେଜ ନିକଟରେ ଖୋଲିଛନ୍ତି ଏହି ଓପେନ ଲାଇବ୍ରେରୀ । ଆଜିର ଅତ୍ୟାଧୁନିକ ସମୟରେ ଆବାଳବୃଦ୍ଧ ବନୀତା ସମସ୍ତେ ମୋବାଇଲ ପଛରେ ବାୟା । ମୋବାଇଲ କ୍ରାନ୍ତି ଲୋକଙ୍କ ଜ୍ଞାନ ବଢାଇଛି ସତ, ହେଲେ ମାନବ ଜୀବନରେ ପୁସ୍ତକର ମହତ୍ବ ଓ ସ୍ଥାନ ସ୍ବତନ୍ତ୍ର । ଏହାକୁ ବୁଝିପାରି ଯୁବତୀମାନେ ଦିପାବଳୀ ଅବସରରରେ ଏହି ଲାଇବ୍ରେରୀର କରିଛନ୍ତି ଶୁଭାରମ୍ଭ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଝିଅମାନେ ମିଶି ନେଇଥିବା ଏହି ପଦକ୍ଷେପ ପ୍ରଂଶସନୀୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.