କୋରାପୁଟ ଏବେ କୋରୋନା ସଂକ୍ରମଣର ହବ୍! - spitting every where

🎬 Watch Now: Feature Video

thumbnail

By

Published : Jul 22, 2020, 6:57 PM IST

କୋରାପୁଟ: କୋରୋନା ମହାମାରୀ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇ ରଖିଛି । ଦିନକୁ ଦିନ ରାଜ୍ୟରେ ମଧ୍ୟ ସାଙ୍ଘାତିକ ହେଉଛି ସଂକ୍ରମଣ ମାମଲା ।  ଛିଙ୍କ, ଛେପ ଓ ଖଙ୍କାର ମାଧ୍ୟମରେ ବ୍ୟାପୁଛି ଏହି ଭୟଙ୍କର ଭାଇରସ । ଯାହାକୁ ନେଇ ସରକାର ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣେତେଣେ ଛେପ, ଖଙ୍କରା ଆଦି ପକାଇବାକୁ ନିଷେଧ ଘୋଷଣା କରିଛନ୍ତି । ହେଲେ କୋରାପୁଟ ସହରକୁ ଦେଖିଲେ ଲାଗୁଛି ଏହା ଆଉ ଅଳ୍ପ ଦିନ ମଧ୍ୟରେ କୋରୋନା ସଂକ୍ରମଣର ହବ ପାଲଟିବ । ସମଗ୍ର ରାଜ୍ୟରେ ଏବେ ହୁ ହୁ ହୋଇ ବଢୁଛି ଆକ୍ରାନ୍ତ ସଂଖ୍ୟା । ଏପରି ସ୍ଥଳେ ଲୋକଙ୍କୁ ଘରେ ରହିବା ସହ ସ୍ବଚ୍ଛ ଓ ପରିଷ୍କାର ରହିବାକୁ ନିର୍ଦ୍ଦେଶ ଦିଆଯାଉଛି । ଏପରିକି ବାରମ୍ବାର ମାସ୍କ ପିନ୍ଧିବା ସହ ହାତ ଧୋଇବା ଓ ଏତେତେଣେ ଛେପ, ଖଙ୍କାର ନ ପକାଇବାକୁ ସଚେତନତା କରାଯାଉଛି । କିନ୍ତୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଚିକିତ୍ସାଳୟକୁ ଦେଖିଲେ ଲୋକଙ୍କ ରୁଗ୍ନ ମାନସିକତା ଓ ପ୍ରଶାସନର ସ୍ଥାଣୁତାକୁ ସ୍ପଷ୍ଟ କରୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.