ମେଲାଣି ନେଉଛନ୍ତି ମା', ସିନ୍ଦୁର ଖେଳି ବିଦାୟ ଦେଉଛନ୍ତି ବଙ୍ଗୀୟ ମହିଳା - ଭଷାଣି ଯାତ୍ରା
🎬 Watch Now: Feature Video
ଅନୁଗୋଳ: ମେଲାଣି ନେଉଛନ୍ତି ମା' । ସବୁଠି ଆନନ୍ଦ ଓ ଉତ୍ସାହ ସହ ବିଦାୟ ନେଉଛନ୍ତି ଦଶଭୁଜା । ଅନୁଗୋଳରେ ମଧ୍ୟ ଆରମ୍ଭ ହୋଇଛି ମା'ଙ୍କ ମେଲାଣି ଉତ୍ସବ । ଏଠି ଭଷାଣୀ ପୂର୍ବରୁ ବଙ୍ଗୀୟ ସାଧବାମାନେ ଏକାଠି ହୋଇ ମଣ୍ଡପରେ ପୂଜାର୍ଚ୍ଚନା କରିବା ସହ ସିନ୍ଦୁର ଖେଳିଥିଲେ । ଝିଅଟିଏ ବିବାହ ପରେ ବାପ ଘରକୁ ଆସିବା ପରେ ଆଜି ଶାଶୁ ଘରକୁ ଚାଲିଯିବ । କିନ୍ତୁ ଯିବା ପୂର୍ବରୁ ଝିଅର ଶଙ୍ଖା ସିନ୍ଦୂର ମନାସି ମାଆ ବନ୍ଦାପଣା କରି ମଥାରେ ସିନ୍ଦୂର ଲଗାଇଥାନ୍ତି । ଠିକ ସେହି ଆଜି ମା'ଙ୍କୁ ଠିକ ବିଦାୟ ଦେଉଛନ୍ତି ଏହି ସାଧାବମାନେ । ମା'ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ପରସ୍ପରକୁ ସିନ୍ଦୁର ଲଗାଇ ଖେଳିଥିଲେ । ସେପଟେ, ଅପରାହ୍ନରୁ ଆରମ୍ଭ ହେବ ଭଷଣା ଶୋଭାଯାତ୍ରା । ଯାହାକୁ ନେଇ ସହରବାସୀଙ୍କ ମନରେ ଉତ୍କଣ୍ଠା ଭରି ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ