ଲଘୁଚାପ ବର୍ଷାରେ ବେହାଲ ସୁବର୍ଣ୍ଣପୁର
🎬 Watch Now: Feature Video
ସୁବର୍ଣ୍ଣପୁର: ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର । ଗତ ତିନି ଦିନ ଧରି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବାବେଳେ ଜିଲ୍ଲାରେ ସର୍ବାଧିକ 162 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମହାନଦୀ ଓ ତେଲନଦୀ ଜଳ ପତ୍ତନ ବଢୁଥିଲେ ମଧ୍ୟ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବାର ଖବର ଜିଲ୍ଲାବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ଥିକର ହୋଇଛି । ଖଇରମାଳଠାରେ ମହାନଦୀର ଜଳପତ୍ତନ 104 ମିଟର ରହିଛି । ତେବେ ଜିଲ୍ଲାର ପିତାମହୁଲ ଗ୍ରାମ ପଞ୍ଚାୟତର ବୁରୋମାଲ ଗାଁ ଦାଣ୍ଡ ଉପରେ ପାଣି ଚାଲୁଥିବାବେଳେ ଅନେକ ମାଟିଘର ବର୍ଷା ଯୋଗୁଁ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଘର ଭିତରେ ପାଣି ପଶି ଆସବାବପତ୍ର ସବୁ ନଷ୍ଟ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବା ଯୋଗୁଁ କିଛି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଛି । ତଳିଆ ଅଞ୍ଚଳରେ ଥିବା ଲୋକେ ଏବେ ପାଣି ଘେରରେ ରହିଥିବା ଦେଖିବାକୁ ମିଳିଛି ।