ଦିବ୍ୟାଙ୍ଗ ଅନାଥ ଝିଅକୁ ଜୀବନସାଥୀ କଲେ ହରିୟାଣା ପୁଅ ଧରମବୀର - ଦିବ୍ୟାଙ୍ଗ ଅନାଥ ଝିଅକୁ ବାହା ହେଲେ ହରିୟାଣା ପୁଅ
🎬 Watch Now: Feature Video
ବରଗଡ: ଜିଲ୍ଲାରେ ଥିବା ବିମଳା ଦେବୀ ଅନାଥ ଆଶ୍ରମର ଜଣେ ଦିବ୍ୟାଙ୍ଗ ଓ ଅସହାୟ ଯୁବତୀଙ୍କୁ ଜୀବନସାଥୀ କରି ସାହାରା ଦେଇଛନ୍ତି ହରିୟାଣାର ଯୁବକ ଧରମବୀର ଶର୍ମା । ଅନାଥ ଓ ଅସହାୟ ମାନଙ୍କ ପାଇଁ ରହିଥିବା ବରଗଡ ସିମେଣ୍ଟ ନଗର ସ୍ଥିତ ଏହି ଅନାଥ ଆଶ୍ରମରେ ସସ୍ମିତା ତିନି ବର୍ଷ ବୟସରେ ଆସିଥିଲା । ଆଉ ଆଜି 21 ବର୍ଷ ବୟସରେ ପଦାର୍ପଣ କରିଥିବା ଏହି ଝିଅଟି ଆଶ୍ରମର ଅନ୍ତେବାସୀଙ୍କୁ ଛାଡି ନିଜ ଜୀବନ ସାଥୀଙ୍କ ହାତ ଧରି ଚାଲି ଯାଉଛି ସୁଦୂର ହରିୟାଣା ରାଜ୍ୟକୁ ।