ଲକଡାଉନ: ଗରିବାକୁ ରନ୍ଧା ଖାଦ୍ୟ ବାଣ୍ଟିଲେ ଜିଆରପି ପୋଲିସ - GRP police distributed cooked food
🎬 Watch Now: Feature Video
କଟକ: ଲକଡାଉନ ପାଇଁ ସବୁ ବନ୍ଦ । ଏମିତି ସ୍ଥିତିରେ ନିରାଶ୍ରୟଙ୍କ ପାଇଁ ଦେବଦୂତ ସାଜିଛନ୍ତି କଟକ ଜିଆରପି ପୋଲିସ ଷ୍ଟାଫ୍ । ଡ୍ୟୁଟି କରିବା ସହ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଗରିବଙ୍କୁ ଯୋଗାଉଛନ୍ତି ଖାଦ୍ୟ । କଟକ ରେଳ ଷ୍ଟେସନରେ ପଡି ରହିଥିବା ନିରାଶ୍ରୟ ମାନେ ଯେପରି ଭୋକିଲା ନ ରୁହନ୍ତି ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଜିଆରପି ପୋଲିସ ଷ୍ଟାଫ । ତାହା ପୁଣି ନିଜ ପକେଟ୍ ଖର୍ଚ୍ଚରୁ କାଟି ଏପରି କରୁଥିବା ସେ କହିଛନ୍ତି । ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି କଟକରୁ ଆମ ପ୍ରତିନିଧି ନାରାୟଣ ସାହୁ ।