ଭୁବନେଶ୍ୱରରେ ଅଭାବନୀୟ ଦୃଶ୍ୟ: ରିଲିଫ ପାଇଁ ଭୁଲିଲେ ସାମାଜିକ ଦୂରତ୍ୱ, ଦେଖନ୍ତୁ ଭିଡିଓ - Forgotten social distance for relief in Bhubaneswar
🎬 Watch Now: Feature Video
ଭୁବନେଶ୍ବର: ଦେଶରେ କୋରୋନା ମହାମାରୀର ପ୍ରକୋପ କାହାକୁ ଅଛପା ନାହିଁ । ଆଉ ସଂକ୍ରମଣରୁ ରକ୍ଷାପାଇବା ପାଇଁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ବାରମ୍ବାର ସରକାର ନିବେଦନ କରିଛନ୍ତି । ଆଉ ରାଜଧାନୀରେ ସାମାଜିକ ଦୂରତ୍ବକୁ ଫୁ କରିଛନ୍ତି ସାଧାରଣ ଜନତା । ଆଉ ତାହା ପୁଣି ଭୁବନେଶ୍ବରର ଜନୈକ ବିଧାୟକଙ୍କ ଘର ସାମ୍ନାରେ । ଘଟଣାରୁ ପ୍ରକାଶ ଯେ, ଯେଉଁମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ରାସନ ସାମଗ୍ରୀ ପାଇଁ ପାରି ନାହାନ୍ତି । ସେମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଭୁବନେଶ୍ବରର ବିଧାୟକ ସେହି ଲୋକମାନଙ୍କୁ ରିଲିଫ ଦେବା ଆରମ୍ଭ କରିଥିଲେ । କିନ୍ତୁ ଏହି କଥା ବିଭିନ୍ନ ବସ୍ତି ଅଞ୍ଚଳରେ ପ୍ରଚାରିତ ହେବା ଫଳରେ ଶହ ଶହ ଲୋକ ଏଠାକୁ ଆସି ଭିଡ଼ ଜମାଇଥିଲେ । ଯାହା ଫଳରେ ସରକାରଙ୍କ କରୋନା ସଚେତନତା ପାଳନ ହେଉନ ଥିଲା । ଏପରି ପରିସ୍ଥିତିରେ ବିଧାୟକଙ୍କ ତରଫରୁ ରିଲିଫ ବନ୍ଦ କରିଦିଆଯାଇଥିଲା । ସେଠାକୁ ଆସିଥିବା ଲୋକମାନେ ପାଟି ତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ