‘ସୁଧୁରୁଛି ବନ୍ୟା ସ୍ଥିତି, କାଲିଠୁ କମିବ ଜଳସ୍ତର’ - flood update of odisha

🎬 Watch Now: Feature Video

thumbnail

By

Published : Aug 31, 2020, 9:48 PM IST

ଭୁବନେଶ୍ବର: ବନ୍ୟାରେ ରାଜ୍ୟର ଅଧିକାଂଶ ଜିଲ୍ଲା ଉବୁଟୁବୁ ହେଉଥିବା ବେଳେ ଲୋକଙ୍କ ପାଇଁ ଆସିଛି ଏକ ଆଶ୍ବସ୍ତିକର ଖବର । ମହାନଦୀର ଉପରମୁଣ୍ଡରେ ବର୍ଷା ବନ୍ଦ ହୋଇଛି । ଫଳରେ ଆସନ୍ତାକାଲି(ମଙ୍ଗଳବାର) ଠୁ ବନ୍ୟାସ୍ଥିତିରେ ଆସିପାରେ ସୁଧାର । ତେବେ ରବିବାର ହୀରାକୁଦରେ 9 ଲକ୍ଷ 12 ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ 5 ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ଗତକାଲି(ରବିବାର) ହୀରାକୁଦର 46ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ପର୍ଯ୍ୟାୟ କ୍ରମେ 10ଟି ଗେଟ ବନ୍ଦ କରାଯାଇ 36ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ସେହିପରି ମୁଣ୍ଡଳୀରେ 10 ଲକ୍ଷ 20 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଦିନ 2ଟା ପର୍ଯ୍ୟନ୍ତ ଏମିତି ଚାଲିବ ତା’ ପରେ ଧୀରେ ଧୀରେ କମିବ ବୋଲି ଜ୍ୟୋତିର୍ମୟ କହିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ 36ଟି ଘାଇ ହୋଇଛି । ପ୍ରତି ଜାଗାରେ ଫ୍ଲଡ଼ ଫାଇଟିଂ ମ୍ୟାଟେରିଆଲ ଅଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.