କୃଷି ବିଲ ପ୍ରତ୍ୟାହାର ଦାବି: ଗର୍ଜିଲେ ବିଭିନ୍ନ କୃଷକ ସଂଗଠନ ସହ ରାଜନୈତିକ ଦଳ

🎬 Watch Now: Feature Video

thumbnail
ଭୁବନେଶ୍ବର: ସାରା ଭାରତରେ କୃଷି ବିଲକୁ ନେଇ ବନ୍ଦ ଡାକରା ଦିଆଯାଇଥିବାବେଳେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଶୁକ୍ରବାର ଏହି ବିଲ ବରୋଧରେ ଚାଷୀ ଗର୍ଜନ କରିଛନ୍ତି । ନୂତନ ଭାବେ ପ୍ରଣୟନ କରାଯାଉଥିବା କୃଷି ବିଲକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ସହିତ ବାମପନ୍ଥୀ ଓ କଂଗ୍ରେସ ରାଜନୈତିକ ଦଳ ଗୁଡିକ ଜୋରଦାର ବିରୋଧ ପ୍ରଦର୍ଶନ କରିବା ସହ ବିକ୍ଷୋଭ କରିଛନ୍ତି । ସେହିଭଳି ଓଡିଶାରେ ମଧ୍ୟ କୃଷି ବିଲ ବିରୋଧରେ ବରୋଧ ପ୍ରଦର୍ଶନ କରିଛନ୍ତି ବିଭିନ୍ନ କୃଷକ ସଂଗଠନ ସହିତ ବିଭିନ୍ନ ବାମପନ୍ଥୀ ରାଜୈତିକ ଦଳ ଓ କଂଗ୍ରେସ ଏହି ବିଲ ପ୍ରଣୟନ ନ କରିବା ପାଇଁ ଦାବି କରିଛନ୍ତି । ରାଜ୍ୟରେ ରାଜଧାନୀ ଭୁବନେଶ୍ବର ସହ ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର ମୟୂରଭଞ୍ଜ ଓ ନବରଙ୍ଗପୁର, କେନ୍ଦ୍ରାପଡା କେନ୍ଦୁଝର ଠୁ ଯାଜପୁର ପର୍ଯ୍ୟନ୍ତ ସବୁଆଡେ ଚାଷୀ ମାନେ ବିଲୋକୁ ବିରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି କୃଷକ ମାରଣ ବିଲକୁ ଜୋରଦାର ବିରୋଧ କରିଛନ୍ତି । ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ କଂଗ୍ରେସ, ବିଭିନ୍ନ ବାମ ପନ୍ଥୀ ରାଜନୈତିକ ଦଳ ଓ ନବନିର୍ମାଣ କୃଷ ସଂଗଠନ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.