ବିଲ ମଝିରେ ଉଡିଲା ତ୍ରିରଙ୍ଗା: ନିଆରା ଢଙ୍ଗରେ ପତାକା ଉତ୍ତୋଳନ କଲେ ଚାଷୀ - ବିଲରେ ପତାକା ଉଡାଇଲା ଚାଷୀ

🎬 Watch Now: Feature Video

thumbnail

By

Published : Aug 15, 2021, 2:18 PM IST

ଖୋର୍ଦ୍ଧା: ସ୍ବାଧୀନତାର ୭୫ ବର୍ଷ ପରେ ନୂଆ ଇତିହାସ ସୃଷ୍ଟି । ଚାଷଜମିରେ ଭାରତ ପତାକା ଉଡାଇ ସ୍ବାଧୀନତାର ନୂଆ ଫର୍ଦ୍ଦ ଜୋଡିଛନ୍ତି ଖୋର୍ଦ୍ଧାର ଚାଷୀ । ନବନିର୍ମାଣ କୃଷକ ସଙ୍ଗଠନର କାର୍ଯ୍ୟକର୍ତ୍ତାମାନେ ଗୋଡିଆପଲ୍ଳୀ ପଞ୍ଚାୟତର ଗୌଡନୂଆ ଗାଁ ବିଲରେ ଜାତୀୟ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଛି ।କୋଭିଡ କଟକଣାରେ ମୁଖ୍ୟ ଅତିଥି ଭାବେ ନବନିର୍ମାଣ କୃଷକ ସଙ୍ଗଠନ ସଭାପତି ସୁରେଶ ମାନସିଂହ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପିଲାଟି ବେଳୁ ଆମେ ଜୟ ଜବାନ, ଜୟ କିଷାନ ଶୁଣିଛନ୍ତି, ଚାଷ କାମ ଯାହାର କି ଆନନ୍ଦ ତାହାର କହୁଛନ୍ତି କିନ୍ତୁ ଚାଷୀ ଆଜି ନିରୁପାୟ ହୋଇଯାଇଛି ଯାହାର ହକ୍ ସହ ଚାଷୀମାନଙ୍କୁ ଏକତା ସ୍ରୋତ ରେ ବାନ୍ଧି ରଖିବା ପାଇଁ ନବନିର୍ମାଣ କୃଷକ ସଂଗଠନ ଚାଷ ଜମି ରେ ପତକା ଉତ୍ତୋଳନ କରିଛି ବୋଲି ଚାଷୀ ନେତା କାହ୍ନୁ ଚରଣ ବେହେରା କହିଛନ୍ତି ।ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.