'ଜୀବନର ଶେଷନିଶ୍ବାସ ପର୍ଯ୍ୟନ୍ତ ସେବା ଜାରି ରଖିବି'

By

Published : Sep 16, 2021, 8:04 PM IST

thumbnail
ଭୁବନେଶ୍ବର: ଦେଶର ସର୍ବୋତ୍କୃଷ୍ଟ ସେବା ସମ୍ମାନରେ ସମ୍ମାନିତ ହୋଇଛନ୍ତି ଓଡି଼ଶାର ପ୍ରେମଲତା ବାରିକ । ସ୍ବାସ୍ଥ୍ୟକ୍ଷେତ୍ରରେ ସେବା, ସମର୍ପଣ ଓ କର୍ତ୍ତବ୍ୟର ପରାକାଷ୍ଠାକୁ ନେଇ ପ୍ରେମଲତାଙ୍କୁ ନ୍ୟାସନାଲ ଫ୍ଳୋରେନ୍ସ ନାଇଟଆଙ୍ଗଲ ଆୱାର୍ଡ ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସେ ନିଜ ଜୀବନର ୩୮ ବର୍ଷ ବୟସକୁ ସେବା ପାଇଁ ସମର୍ପଣ କରିଛନ୍ତି । ସେ ଜଗତସିଂହପୁର କୁଜଙ୍ଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । ରାଷ୍ଟ୍ରପତିଙ୍କଠାରୁ ସମ୍ମାନିତ ହେବା ପରେ ସେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି । ଜାତି, ଧର୍ମ, ବର୍ଣ୍ଣ ସବୁରି ଉପରେ ସେବା ରହିଛି । ଏଣୁ ସେ ତୃଣମୂଳ ସ୍ତରରେ ଲୋକଙ୍କୁ ଏଥିପ୍ରତି ସଚେତନ କରାଇବା ପ୍ରକ୍ରିୟା ଜାରି ରଖିବେ ବୋଲି କହିଛନ୍ତି । ଯେକୌଣସି ସମୟରେ ତାଙ୍କ ନିକଟକୁ ଖବର ଆସିଲେ ସେ ସେବା ଯୋଗାଇବା ପାଇଁ ତୁରନ୍ତ ବାହାରି ପଡ଼ିଥାନ୍ତି । ପ୍ରେମଲତା ସରକାରୀ ସ୍ତରରେ ଚାକିରୀରୁ ଅବସର ନେଇପାରନ୍ତି ସତ, କିନ୍ତୁ ନିଜ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଲୋକଙ୍କୁ ସେବା ଯୋଗାଇବେ ବୋଲି କହିଛନ୍ତି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.