thumbnail

ଇଟିଭି ଭାରତ ପ୍ରଭାବ: ସାର ଦୁର୍ନୀତିର ପର୍ଦ୍ଦାଫାଶ, 5 ଅଧିକାରୀ ନିଲମ୍ବିତ

By

Published : Sep 11, 2020, 10:53 PM IST

ରାୟଗଡା: ଚାଷ କାର୍ଯ୍ୟ ସମୟରେ ରାୟଗଡା ଜିଲ୍ଲାରେ ମିଳୁନାହିଁ ରସାୟନିକ ସାର । ଲ୍ୟାମ୍ପ୍ସକୁ ଦୌଡି ଦୌଡି ହତାଶ ହେଉଛନ୍ତି ଚାଷୀ । ଖରିଫ ଚାଷ ସମୟରେ 35 ହଜାର ମେଟ୍ରିକ ଟନ୍‌ ସାରର ଆବଶ୍ୟକତା ଥିବାବେଳେ ଜିଲ୍ଲାରେ 25 ହଜାର ମେଟ୍ରିକ ଟନ୍‌ ସାର ଚାଷୀଙ୍କୁ ବିତରଣ କରାଯାଇଛି । ହେଲେ ଏହା ମନଇଚ୍ଛା ବିକ୍ରି ହେଉଥିବାରୁ ଚାଷୀ ଲ୍ୟାମ୍ପ୍ସରୁ ଆରମ୍ଭ କରି ଡିଲରଙ୍କ ପର୍ଯ୍ୟନ୍ତ ଦୌଡି ଦୌଡି ଖାଲି ହାତରେ ଫେରୁଛି । ଖରିଫ ଚାଷ ଆରମ୍ଭରୁ ଏପରି ସ୍ଥିତି ଦେଖାଦେଇଥିବାରୁ ଚାଷୀ ହତାଶ ହୋଇପଡିଛି । ତେବେ ଏନେଇ ଇଟିଭି ଭାରତରେ ଗତ 6 ତାରିଖ ଦିନ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାୟଗଡା ଜିଲ୍ଲାରେ ହୋଇଥିବା ସାର ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପରେ ପଦାରେ ପଡିଛି ସମବାୟ ବିଭାଗ - ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍ - ଲ୍ୟାମ୍ପସ ଅଧିକାରୀ - ଡିଲରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.