ବନ୍ୟା ପରେ ସହିମାଢ ଗାଁରେ ବ୍ୟାପିଲା ଝାଡାବାନ୍ତି, 12ରୁ ଉର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି - diarrhoea Spread at jajapur

🎬 Watch Now: Feature Video

thumbnail

By

Published : Sep 4, 2020, 4:43 PM IST

ଯାଜପୁର: ଜିଲ୍ଲା ଦଶରଥପୁରରେ ବନ୍ୟା ପରେ ବଢି ଯାଇଛି ସମସ୍ୟା । ବନ୍ୟା ଦାଉରୁ ମୁକ୍ତି ମିଳିନଥିବା ବେଳେ ଗାଁରେ ବ୍ୟାପିଲାଣି ଝାଡାବାନ୍ତି ରୋଗ । ଉକ୍ତ ବ୍ଲକର କମାରିଢ଼ିହ ପଂଚାୟତ ସହିମାଢ଼ ଗ୍ରାମରେ ଏହି ରୋଗ ବ୍ୟାପିଛି । ଗ୍ରାମର ୧୨ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଆହୁରି ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି । ତେବେ ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମ କ୍ରମେ ଗାଁରେ ମେଡିକାଲ ଟିମ ପହଞ୍ଚି ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଦୂଷିତ ପାଣି ଯୋଗୁଁ ଏପରି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବନ୍ୟାରେ ବୁଡି ଯାଇଥିବା ନଳକୂପରୁ ଜଳ କମିବା ପରେ ଗ୍ରାମବାସୀ ଏହାକୁ ବ୍ୟବହାର କରିଥିଲେ । ତେଣୁ ଦୂଷିତ ପାଣି ପିଇ ଏପରି ହୋଇଛି ବୋଲି କୁହାଯାଉଛି । ତେଣୁ ଉକ୍ତ ଗ୍ରାମକୁ ସ୍ବଚ୍ଛ ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.