ସରକାରଙ୍କୁ ଚାଷୀଙ୍କ ଚେତାବନୀ, 12 ଘଣ୍ଟାରେ ହଟାଅ ଟୋକନ ବ୍ୟବସ୍ଥା
🎬 Watch Now: Feature Video
ବରଗଡ: ଚଳିତ ଖରିଫ ଋତୁରେ ଧାନ ବିକ୍ରିରେ ଟୋକନ ବ୍ୟବସ୍ଥାକୁ ନେଇ ଜିଲ୍ଲାରେ ଚାଷୀ ଅସନ୍ତୋଷ ଦେଖାଯାଇଛି । ଏହାକୁ ଚାଷୀମାନଙ୍କ ଦ୍ବାରା ବିରୋଧ କରାଯିବା ସହ ଗୋଡଭଗା ମାର୍କେଟ ୟାର୍ଡରେ ଏକ ବୈଠକ କରାଯାଇଛି । ଆସନ୍ତାକାଲି ଦିନ 12ଟା ସୁଦ୍ଧା ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ ନ କଲେ ଆନ୍ଦୋଳନ କରାଯିବାକୁ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ପକ୍ଷରୁ ନିଷ୍ପତ୍ତି ହୋଇଛି ।