thumbnail

By

Published : Aug 24, 2020, 9:05 PM IST

ETV Bharat / Videos

କୋରୋନା ପ୍ରଭାବ: ବନ୍ଦ ହେଲା ଟ୍ରେନ ସେବା, ଦୁଃଖ ଭୋଗୁଛି ଚାଷୀ

କୋରାପୁଟ: କୋରୋନା ବଦଳାଇ ଦେଇଛି ଜୀବନ ଜିଇଁବାର ଜୀବନ ରେଖା । ମହାମାରୀର ପ୍ରକୋପରେ ସତେ ଯେମିତି ସବୁ କିଛି ଠପ ହୋଇପଡିଛି । ମହାମାରୀ ନହେବା ଭୟରେ ଘରେ ବସି ରହିଲେ ସେପଟେ ଜୀବିକା ସହ ପ୍ରତିପୋଷଣ ଚିନ୍ତା । ଏମିତି ସ୍ଥିତିରେ ଜଣେ ସାଧାରଣ ମଣିଷ କରିବ କଣ ? ଗତ କିଛି ମାସ ହେବ କୋରାପୁଟରୁ ବିଶାଖାପାଟଣାକୁ ଯାତ୍ରୀବାହୀ ରେଳଗାଡି ଚାଲିବା ବନ୍ଦ ହୋଇଛି । ଯାହା ଫଳରେ କୋରାପୁଟ ଓ ସୁକୁ ମଧ୍ୟରେ କୋଲାବ ଜଳଭଣ୍ଡାର ଉପରେ ଯାଇଥିବା ରେଳ ପୋଲ ଉପରେ ବିପଦ ସଂକୁଳ ଭାବେ ଯାତ୍ରା କରୁଛନ୍ତି ସମସ୍ତେ । ତଳେ ଜଳଭଣ୍ଡାରର ଗଭୀର ଜଳରାଶି । ପୋଲ ଦେଇ ଚାଲିକି ଯିବା ହେଉ ବା ଦୁଇଚକିଆ ଯାନ ଦେଇ ହେଉ, ତଳକୁ ଦେଖିଲେ ପ୍ରାଣ ଚାଲିଗଲା ଭଳି ଭୟ ସଂଚରିତ ହୁଏ । ଡଙ୍ଗାରେ ଯାଆସ ମଧ୍ୟ ବିପଦରୁ ମୁକ୍ତ ନୁହେଁ । କିନ୍ତୁ ଲୋକେ ବା କରିବେ କଣ ? ସୁକୁ , ପାଲିବା ଭଳି ପ୍ରାୟ 50ଟି ଗାଁର ଲୋକଙ୍କ ପାଇଁ ଏହି ପୋଲଦେଇ ଯା-ଆସ କରୁଥିବା ରେଲଗାଡି ଜୀବନ ରେଖା ପାଲଟିଯାଇଛି । ହେଲେ କୋରୋନା ଯୋଗୁଁ ରେଳଗାଡି ଯାତାୟତ ବି ବନ୍ଦ ହୋଇ ପଡିଛି । ଯାହା ଫଳରେ ରେଳଗାଡି ଚାଲୁଥିବା ସମୟରେ ଚାଷୀ ନିଜ ଉତ୍ପାଦିତ ପନିପରିବା ଅଧଘଣ୍ଟାରେ ଓ ସ୍ବଳ୍ପ ଖର୍ଚ୍ଚରେ କୋରାପୁଟ ବଜାରକୁ ଆଣି ବିକିପାରୁଥିଲା । ଦେହ ଖରାପ ହେଲେ ଡାକ୍ତରଖାନାକୁ ଆସିବା ସହଜ ଥିଲା । କିନ୍ତୁ ଏବେ ଚାଷୀର ଆଖିରୁ ଲୁହ ଝରିଚାଲିଥିବା ବେଳେ କୋରୋନା ମହାମାରୀ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.