thumbnail

By

Published : Mar 14, 2021, 12:40 PM IST

ETV Bharat / Videos

ଲକଡାଉନ ଫେରିବାକୁ ଚାହୁଁନଥିଲେ ସତର୍କତା ଅବଲମ୍ବନ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋଭିଡ ସ୍ଥିତିକୁ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ଦିନ 12 ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ଜାରି କରି ବାର୍ତ୍ତା ଦେଇଛନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ରହିଛି । ଦୈନିକ 100 ତଳେ ରହୁଛି ସଂକ୍ରମଣ । ରାଜ୍ୟରେ ସଠିକ କୋରୋନା ପରିଚାଳନା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ପ୍ରଶଂସା କରିଛି ବୋଲି ନବୀନ କହିଛନ୍ତି । ତେବେ ଆମର ଲକ୍ଷ୍ୟ ଜିରୋ ସଂକ୍ରମଣ । ଏଥିପାଇଁ ସତର୍କତା ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମହାରାଷ୍ଟ୍ର, ଛତିଶଗଡ ପଞ୍ଜାବରେ କୋରୋନା ବଢିବାରୁ ଲକଡାଉନ ଆରମ୍ଭ ହୋଇଯାଇଛି । ସେପଟେ, ରାଜ୍ୟରେ ଲକଡାଉନ ସ୍ମୃତି ଏବେ ବି ତାଜା ରହିଥିବାବେଳେ ସମ୍ପୂର୍ଣ୍ଣ ରୂପେ ବିପଦ ଟଳିନି ଓ ଲକଡାଉନ ଫେରିବାକୁ ନଚାହୁଁଥିଲେ ସତର୍କତା ଅବଲମ୍ବନ କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ କୋଭିଡ ନିୟମ ପାଳନ କରିବା ହିଁ କୋଭିଡ ଯୋଦ୍ଧାଙ୍କ ପାଇଁ ହେବ ଉଚିତ ଶ୍ରଦ୍ଧାଞ୍ଜଳି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.