କାମ ସରିଛି, କାମରେ ଆସୁନି ବ୍ରିଜ; 5 ଲକ୍ଷ ଲୋକ ପ୍ରଭାବିତ - Bridge work is over
🎬 Watch Now: Feature Video
ନବରଙ୍ଗପୁର: ଶେଷ ହୋଇଛି ବ୍ରିଜ କାମ । ଗଗନ ଚୁମ୍ବି ଠିଆ ହୋଇଛି ବ୍ରିଜ । ହେଲେ ଯାତାୟତ କରି ପାରୁ ନାହାନ୍ତି ଲୋକେ । କାରଣ ସରି ନାହିଁ ବ୍ରିଜର ଶେଷ ପର୍ଯ୍ୟାୟ କାମ । ଆଉ ଏମିତି ଏକ ବ୍ରିଜଟି ରହିଛି ନବରଙ୍ଗପୁର ଜିଲ୍ଲାର ଡାବୁଗାଁଠାରେ । ନବରଙ୍ଗପୁରରୁ ଉମରକୋଟକୁ ଯୋଡୁଛି ଏହି ବ୍ରିଜ । ମାତ୍ର କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ବ୍ରିଜ ଆଜି ସତେ ଯେମିତି ମୂଲ୍ୟହୀନ ହୋଇପଡିଛି ନବରଙ୍ଗପୁରର ପାଖାପାଖି 5 ଲକ୍ଷ ଲୋକଙ୍କ ପାଇଁ । ବର୍ଷ। ଦିନ ଆସିଲେ ନାହିଁ ନଥିବା ଅସୁବିଧାନର ସମ୍ମୁଖୀନ ହୁଅନ୍ତି ଲୋକେ । ସେପେଟ ବ୍ରିଜ ତଳ ଦେଇ ଯାଇଥିବା ରାସ୍ତ କଥା ନ କହିଲେ ଭଲ।