thumbnail

By

Published : Jul 3, 2020, 4:11 PM IST

ETV Bharat / Videos

ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ବର: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଏବଂ ବୀରମିତ୍ରପୁର ଆଦିବାସୀ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ । ଗତ ତିନି ମାସ ଭିତରେ ଘଟିଥିବା ଏହି 2ଟି ଘଟଣା ଏହା ପ୍ରମାଣିତ କରୁଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଏଠି ରକ୍ଷକ ଖୋଦ୍ ଭକ୍ଷକ ସାଜିଛି । ବୀରମିତ୍ରପୁରରେ 13 ବର୍ଷର ନାବାଳିକାଙ୍କୁ ଏକାଧିକବାର ଦୁଷ୍କର୍ମ କରିବା ସହ ଗର୍ଭପାତ କରାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟରେ ଗୃହ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାବେଳେ ସେମାନେ ନିଜ ଦାୟିତ୍ବ ନେବାକୁ ଚାହୁନାହିଁ । ସେହିପରି ପୋଲିସ ମଧ୍ୟ ଅନୁଶାସନ ମଧ୍ୟରେ ରହିବାକୁ ଚାହୁଁନାହାନ୍ତି । ଯେଉଁକାରଣରୁ ବୀରମିତ୍ରପୁର ଥାନାରେ ସିସିଟିଭି ଲାଗିଥିବା ପରେ ମଧ୍ୟ ଘଟଣା ସମ୍ପର୍କରେ କେହି କିଛି ଜାଣିପାରିଲେ ନାହିଁ । ଘଟଣାକୁ ନେଇ ଆମର ଏକ ପ୍ରତିନିଧି ଦଳ ମଧ୍ୟ ବୀରମିତ୍ରପୁର ଥାନାକୁ ଯାଇଥିଲେ ପରେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏବେ ଅଭିଯୁକ୍ତ ତଥା ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଗିରଫ ହୋଇଛନ୍ତି । ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୋଲିସ ଡିଜି ପୀଡିତାଙ୍କୁ କ୍ଷମା ମାଗିଥିଲେ । ହେଲେ ଡିଜିଙ୍କ କାମ କ୍ଷମା ମାଗିବା ନୁହେଁ ବରଂ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.