ବିଜେଡି ସଂସଦୀୟ ଦଳର ବୈଠକ ଶେଷ, ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିବ ଦଳ - ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବିଜେଡିର ଦାବି
🎬 Watch Now: Feature Video
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡ଼ିର ସଂସଦୀୟ ଦଳର ବୈଠକ ଶେଷ ହୋଇଛି । ଆଗାମୀ ବଜେଟ ଅଧିବେଶନରେ ଦଳ ପକ୍ଷରୁ ଉଠାଯିବାକୁ ଥିବା ପ୍ରସଙ୍ଗ ବାବଦରେ ବୈଠକରେ ଆଲୋଚନା ହୋଇଥିବା ବେଳେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବିଜେଡି ଦାବି କରିବ ବୋଲି ଜଣାପଡିଛି । ରେଳବାଇ କ୍ଷେତ୍ରରେ ଓଡିଶାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରୁଛନ୍ତି । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 300 ଟି ଷ୍ଟପେଜକୁ ରେଳ ବିଭାଗ ବନ୍ଦ କରିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଲାଗି ଜମି ଅଧିଗ୍ରହଣ ସରିଥିବାବେଳେ କାର୍ଯ୍ୟ ଅଗ୍ରଗତି ହୋଇପାରିନାହିଁ । କେନ୍ଦ୍ରାପଡାକୁ ଲୋକାଲ ଟ୍ରେନ ଚଳାଚଳ ହୋଇପାରିନାହିଁ ଆଦି ପ୍ରସଙ୍ଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଅବଗତ କରାଇଛନ୍ତି ।