ବାଲେଶ୍ବରରେ କଂଗ୍ରେସ ଜିତିଲେ ନିଶ୍ଚିତ ପ୍ରତିଷ୍ଠା ହେବ ଏମ୍ସ: ତାରା - ଗର୍ଜିଲେ ତାରା ବାହିନୀପତି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9214900-thumbnail-3x2-bbsr.jpg)
ବାଲେଶ୍ଵର: ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଛି। ଏହାସହ ବିଭିନ୍ନ ଦଳ ଅନ୍ୟ ଦଳ ଉପରକୁ ଆରୋପ ପ୍ରତ୍ୟାରୋପ କରୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ କଂଗ୍ରେସ ବାଲେଶ୍ୱରରେ ଏମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପ୍ରସଙ୍ଗ ଉଠାଇଛି। ଏମ୍ସ ହସ୍ପିଟାଲ ନିର୍ମାଣ ନହେବା ନେଇ ଗର୍ଜିଲେ ତାରା ବାହିନୀପତିଆଜି କଂଗ୍ରେସ କାର୍ଯ୍ୟାଳୟରେ ବିଧାନସଭା କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏକ ସାମ୍ବାଦିକ ସମ୍ମିଳନୀରେ ଏମ୍ସ ପ୍ରତିଷ୍ଠା ନେଇ ଯୁକ୍ତି ବାଢିଛନ୍ତି। କଂଗ୍ରେସ ସରକାର ଏମ୍ସ ହସ୍ପିଟାଲ ପାଇଁ 450 କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ବିଜେଡି ଓ ବିଜେପି ଦଳର ସାଂସଦ ବାଲେଶ୍ଵରରେ କେବଳ ପାଚେରୀ ନିର୍ମାଣ କରି ଚୁପ ବସିଛନ୍ତି।