କାର୍ତ୍ତିକ ମାସ ପ୍ରଥମ ସୋମବାର, ଖାଁ ଖାଁ ବାବା ଧବଳେଶ୍ବରଙ୍କ ପୀଠ

🎬 Watch Now: Feature Video

thumbnail
କଟକ: କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ ବୋଲି କିମ୍ବଦନ୍ତୀ ରହିଛି । କିନ୍ତୁ ଚଳିତ ବର୍ଷ ଧବଳେଶ୍ବରଙ୍କ ପୀଠରେ କୋଭିଡ କଟକଣା ପାଇଁ 144 ଧାରା ଲାଗୁ କରାଯାଇଥିବାରୁ ମନ୍ଦିର ପରିସର ସମ୍ପୂର୍ଣ୍ଣ ଖାଁ ଖାଁ ରହିଥିଲା । ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଥିଲେ ଆଜି (ସୋମବାର) ସେଭଳି କିଛି ଦେଖିବାକୁ ମିଳିନଥିଲା । ସକାଳ 4ଟାରୁ ରାତି 10ଟା ପର୍ଯ୍ୟନ୍ତ 144ଧାରା ଲାଗୁ ହୋଇଥିଲା । ତେବେ ବାବା ଧବଳେଶ୍ବରଙ୍କ ରୀତିନୀତିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ରାତି 4ଟାରୁ ପହଡ ଖୋଲାଯାଇ 108 କଳସ ଜଳରେ ବାବାଙ୍କ ସ୍ନାନ କରାଯାଇଥିଲା । ମଙ୍ଗଳ ଆରତୀ ପରେ ବିନା ଭକ୍ତରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.