thumbnail

By

Published : Aug 15, 2020, 4:42 PM IST

ETV Bharat / Videos

‘ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ’

ଭୁବନେଶ୍ବର:ରାଜ୍ୟସ୍ତରୀୟ 74ତମ ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ କରିଛନ୍ତି ସମ୍ବୋଧନ । ସମ୍ବୋଧନରେ ଓଡିଶାର ଗର୍ବ ଓ ଗୌରବଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ। ଅମର ଯବାନଙ୍କୁ ମଧ୍ୟ ସ୍ମରଣ କଲେ ନବୀନ । ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିବା ସମସ୍ତ ମହାପୁରୁଷଙ୍କୁ ମନେପକାଇଲେ ମୁଖ୍ୟମନ୍ତ୍ରୀ । ଏହାସହ କୋରୋନା ସମୟରେ ରାଜ୍ୟ କିପରି ଏହାର ମୁକାବିଲା କରୁଛି ତାହା ମଧ୍ୟ ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରୋନା ଯୋଦ୍ଧାଙ୍କ ନିଷ୍ଠା ପାଇଁ ସେମାନଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.