thumbnail

ଶରଧାବାଲିରେ 3 ରଥ, ଅନ୍ଧାରରେ ରହିଲେ ମହାପ୍ରଭୁ

By

Published : Jun 23, 2020, 9:54 PM IST

ପୁରୀ: ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ କର୍ଫ୍ୟୁ କରାଯାଇଛି । ଭିଡ଼ ଯେଭଳି ନ ହେବ ସେ ନେଇ କାର୍ଫ୍ୟୁ ଲାଗୁ ହୋଇଛି । ତେବେ ଦୁର୍ଭାଗ୍ୟର ବିଷୟ ଯେ ତିନି ରଥ ଆଗରେ ଥିବା ଉଜ୍ଵଳ ଲାଇଟ ପ୍ରଶାସନ ବନ୍ଦ କରି ନେଇ ଯାଇଥିଲା । ଯାହାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା ଦ୍ବାରା ନୀତିକାନ୍ତି କରିବାରେ ଅସୁବିଧା ହେବ । ବିଳମ୍ବିତ ରାତି ଯାଏ ଉଜ୍ଵଳ ଆଲୋକ ବନ୍ଦୋବସ୍ତ ରହିବା ଉଚିତ । ତେବେ କର୍ଫ୍ୟୁ ଲାଗିବା ବାହାନାରେ ତିନି ଠାକୁରଙ୍କୁ ଅନ୍ଧାରରେ ରଖିବା କେତେ ଠିକ ବୋଲି ସେବାୟତ କହିଛନ୍ତି । ସେହିପରି ବୁଧବାର ମହାପ୍ରଭୁଙ୍କ ପହଣ୍ଡି ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.