thumbnail

By

Published : Jan 13, 2021, 8:53 PM IST

ETV Bharat / Videos

ଅନୁଗୋଳରେ ଯୁବକଙ୍କୁ ଜିଅନ୍ତା ଜାଳିଦେବା ଘଟଣା: 3 ପରିବାରବର୍ଗ ଗିରଫ

ଅନୁଗୋଳ: ଜିଲ୍ଲା ସ୍ଥିତ ହଣ୍ଡପା ଥାନା କଦଲିମୁଣ୍ଡା ଗାଁରେ ଯୁବକଙ୍କୁ ଜିଅନ୍ତା ଜାଳିଦେବା ଘଟଣାରେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଗିରଫ ଅଭିଯୁକ୍ତ ମୃତ ଯୁବକଙ୍କ ସମ୍ପର୍କୀୟ ହୋଇଥିବା ସୂଚନା । ମଙ୍ଗଳବାର ରାଜୁ ପଧାନ ନାମକ ଜଣେ ଯୁବକଙ୍କୁ ଜିଅନ୍ତା ଜାଳି ହତ୍ୟା କରାଯାଇଥିଲା । ପୋଲିସ ଏହି ମାମଲାରେ ମୃତ ଯୁବକଙ୍କ ଭାଇ ସୁବାସ ପଧାନ, ମାଆ ବାସନ୍ତୀ ପଧାନ ଓ ବଡ଼ ଭଉଣୀ ସାନ୍ତ୍ୱନା ପଧାନଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା । ଏହାପରେ ଆଜି(ବୁଧବାର) 3 ଜଣଙ୍କୁ ଗିରଫ କରିଛି ପୋଲିସ । ରାଜୁଙ୍କ ଜଣେ ସମ୍ପର୍କୀୟ ଭାଉଜଙ୍କ କହିବା ଅନୁସାରେ ରାଜୁ ସବୁଦିନେ ନିଶାସକ୍ତ ଅବସ୍ଥାରେ ଆସି ଗାଳି ଗୁଲଜ କରନ୍ତି । ଏଥିସହ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ କରିଥାଆନ୍ତି । ପ୍ରତିବାଦ କଲେ ଘରଲୋକଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦିଅନ୍ତି । ପରିବାର ଲୋକେ ଏବଂ ସାହି ପଡିଶା ସମସ୍ତେ ଏଥିରେ ଅତିଷ୍ଠ ହୋଇ ପଡ଼ିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.