ନୀରଜ ଚୋପ୍ରାଙ୍କ ପରିବାରକୁ ଭେଟିଲେ ହରିୟାଣା ଗୃହମନ୍ତ୍ରୀ, ହେଲେ ଭାବୁକ

By

Published : Aug 8, 2021, 9:57 PM IST

thumbnail
ଟୋକିଓ ଅଲମ୍ପିକ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରି ଭାରତ ନାଁ ଟେକ ରଖିଥିବା ନୀରଜ ଚୋପ୍ରାଙ୍କ ପରିବାରକୁ ଭେଟିଲେ ହରିୟାଣା ଗୃହମନ୍ତ୍ରୀ । ପାନିପତରେ ନୀରଜଙ୍କ ପରିବାରକୁ ଭେଟିବାବେଳେ ନୀରଜଙ୍କ ପରିବାର ଲୋକେ ଓ ଗୃହମନ୍ତ୍ରୀ ହେଲେ ଭାବୁକ । ସେପଟେ ନୀରଜଙ୍କୁ ନେଇ ପରିବାରରେ ଖୁସିର ମାହୋଲ ରହିଛି । ଆଉ ଦୁଇଟି ଅଲମ୍ପିକ ପଦକ ବିଜୟୀ ହେଲେ ହିଁ ନୀରଜଙ୍କ ବିବାହ କରାଇବେ ବୋଲି ମଜାଳିଆ ଢଙ୍ଗରେ କହିଛନ୍ତି ନୀରଜଙ୍କ ସମ୍ପର୍କୀୟ । ଟୋକିଓ ଅଲମ୍ପିକ ଗେମ୍ସରେ ଏକ ମାତ୍ର ଭାରତୀୟ ଭାବେ ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ ଚୋପ୍ରା । ପ୍ରଥମ ଟ୍ରାକ ଓ ଫିଲ୍ଡରେ ଭାରତୀୟ ଆଥଲେଟ ଭାବରେ ସେ ସ୍ବର୍ଣ୍ଣ ହାସଲ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.